Shubman Gill Net Worth: ୨ କୋଟି ଟଙ୍କାର କାରରେ ବୁଲନ୍ତି ଶୁଭମାନ ଗିଲ, ଜାଣନ୍ତୁ ଏହି ୨୩ ବର୍ଷୀୟ ଖେଳାଳି କେତେ ସମ୍ପତ୍ତିର ମାଲିକ
Advertisement
trendingNow11539457

Shubman Gill Net Worth: ୨ କୋଟି ଟଙ୍କାର କାରରେ ବୁଲନ୍ତି ଶୁଭମାନ ଗିଲ, ଜାଣନ୍ତୁ ଏହି ୨୩ ବର୍ଷୀୟ ଖେଳାଳି କେତେ ସମ୍ପତ୍ତିର ମାଲିକ

Shubman Gill Net Worth: ୨୩ ବର୍ଷୀୟ ଶୁଭମାନ ଗିଲ ନିଜ ଇନିଂସ ପରେ ସମଗ୍ର ବିଶ୍ୱରେ ଚର୍ଚ୍ଚାରେ କେନ୍ଦୁ ପାଲଟିଛନ୍ତି । ପଡ଼ିଆରେ ଖେଳାଯାଇଥିବା ତାଙ୍କର ବିସ୍ଫୋରକ ଇନିଂସ ତାଙ୍କୁ ଏକ ବ୍ରାଣ୍ଡ ଭାବରେ ନୂତନ ପରିଚୟ ଦେଇଛି । ଏହା ସମ୍ଭବ ଯେ, ଆଗାମୀ ଦିନରେ ବଡ଼ କମ୍ପାନୀଗୁଡିକ ଶୁଭମାନ ଗିଲଙ୍କୁ ସେମାନଙ୍କର ବ୍ରାଣ୍ଡ ଆମ୍ବାସାଡର ଭାବରେ ଘୋଷଣା କରିବେ । 

Shubman Gill Net Worth: ୨ କୋଟି ଟଙ୍କାର କାରରେ ବୁଲନ୍ତି ଶୁଭମାନ ଗିଲ, ଜାଣନ୍ତୁ ଏହି ୨୩ ବର୍ଷୀୟ ଖେଳାଳି କେତେ ସମ୍ପତ୍ତିର ମାଲିକ

Shubman Gill Net Worth: ଶୁଭମାନ ଗିଲ (Shubman Gill) ଭାରତୀୟ କ୍ରିକେଟ୍ ଦଳର ନୂତନ ସୁପରଷ୍ଟାର, ଯିଏ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଦ୍ୱିଶତକ ହାସଲ କରି ଇତିହାସ ସୃଷ୍ଟି କରିଥିଲେ । ଶୁଭମାନ ଗିଲ ୧୪୯ ବଲରେ ୨୦୮ ରନର ଏକ ଦମଦାର୍ ଇନିଂସ ଖେଳିଥିଲେ । ଏହି ସମୟରେ ସେ ୧୯ଟି ଚୌକା ଓ ୯ଟି ଛକା ମାରିଥିଲେ । ୨୩ ବର୍ଷୀୟ ଶୁଭମାନ ଗିଲ ନିଜ ଇନିଂସ (Shubman Gill Double Century) ପରେ ସମଗ୍ର ବିଶ୍ୱରେ ଚର୍ଚ୍ଚାରେ କେନ୍ଦୁ ପାଲଟିଛନ୍ତି । ପଡ଼ିଆରେ ଖେଳାଯାଇଥିବା ତାଙ୍କର ବିସ୍ଫୋରକ ଇନିଂସ ତାଙ୍କୁ ଏକ ବ୍ରାଣ୍ଡ ଭାବରେ ନୂତନ ପରିଚୟ ଦେଇଛି । ଏହା ସମ୍ଭବ ଯେ, ଆଗାମୀ ଦିନରେ ବଡ଼ କମ୍ପାନୀଗୁଡିକ ଶୁଭମାନ ଗିଲଙ୍କୁ ସେମାନଙ୍କର ବ୍ରାଣ୍ଡ ଆମ୍ବାସାଡର ଭାବରେ ଘୋଷଣା କରିବେ । 

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ୍ ପୂର୍ବରୁ ଶୁଭମାନ ଗିଲ (Shubman Gill) ଶ୍ରୀଲଙ୍କା ବିପକ୍ଷରେ ଏକ ଚମତ୍କାର ଶତକ ହାସଲ କରିଥିଲେ । ଯୁବ ବ୍ୟାଟ୍ସମ୍ୟାନ୍ ଗିଲ କୋଟି କୋଟି ମୂଲ୍ୟର ସମ୍ପତ୍ତିର ମାଲିକ (Shubman Gill Net Worth) ଅଟନ୍ତି । ତାଙ୍କର ଅନେକ ବିଳାସପୂର୍ଣ୍ଣ କାର ମଧ୍ୟ ଅଛି । ନିଜର ଚମତ୍କାର ବ୍ୟାଟିଂ ଯୋଗୁଁ ଅଣ୍ଡର-19 ବିଶ୍ୱକପ ୨୦୧୮ରେ ଶୁଭମାନ ଗିଲ ଚର୍ଚ୍ଚାରେ ଆସିଥିଲେ । ଏହା ପରେ ଆଇପିଏଲ୍ ଦେଇ ତାଙ୍କ କ୍ୟାରିୟରର ଯାତ୍ରା ଟିମ୍ ଇଣ୍ଡିଆରେ ପହଞ୍ଚିଥିଲା ।

ଶୁଭମାନ ଗିଲ (Shubman Gil) ୨୦୧୯ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଅନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିଥିଲେ । ଏହା ପରେ ଡିସେମ୍ବର ୨୦୨୨ରେ ମେଲବର୍ଣ୍ଣ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ କ୍ରିକେଟରେ ତାଙ୍କର ଡେବ୍ୟୁ ହୋଇଥିଲା । ଶୁଭମାନ ଗିଲ (Shubman Gil) ତାଙ୍କ ଖେଳ ସହିତ କ୍ରମାଗତ ଭାବରେ ପ୍ରଭାବିତ କରିଛନ୍ତି । କିଛି ମ୍ୟାଚ୍ ମଧ୍ୟ ତାଙ୍କ ପାଇଁ ଖରାପ ଚାଲିଥିଲା, କିନ୍ତୁ ଟିମ୍ ମ୍ୟାନେଜମେଣ୍ଟ ତାଙ୍କ ପଛରେ ଛିଡା ହୋଇଥିଲା, ଯାହାର ପରିଣାମ ଦ୍ୱିଶତକ ରୂପରେ ଦେଖାଯାଇଛି ।

ଖବର ଅନୁଯାୟୀ, ଶୁଭମାନ ଗିଲ (Shubman Gil) ପ୍ରାୟ ୩୧ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିର ମାଲିକ ଅଟନ୍ତି । ବିସିସିଆଇ ଚୁକ୍ତି ଅନୁଯାୟୀ ଗିଲ୍ ଗ୍ରେଡ୍ ସି ଚୁକ୍ତିନାମା ଅନୁଯାୟୀ ପ୍ରତିବର୍ଷ ୧ କୋଟି ଟଙ୍କା ପାଇଥାଏ । ଏହା ବ୍ୟତୀତ ସେ ବିଜ୍ଞାପନ ଓ ଆଇପିଏଲରୁ ରୋଜଗାର କରନ୍ତି । ଶୁଭମାନ ଗିଲଙ୍କର ଏକ ରେଞ୍ଜ ରୋଭର ଏସୟୁଭି (Range Rover SUV) ଓ ମହିନ୍ଦ୍ରା ଥାର୍ (Mahindra Tha) ମଧ୍ୟ ରହିଛି । ଏହି ବିଳାସପୂର୍ଣ୍ଣ ଏସୟୁଭିର ମୂଲ୍ୟ ୨.୩୯ କୋଟିରୁ ଆରମ୍ଭ ହୋଇଥାଏ । ଆଇପିଏଲ ୨୦୨୨ ପାଇଁ ନିଲାମ ପୂର୍ବରୁ ଗୁଜୁରାଟ ଟାଇଟାନ୍ସ ଦ୍ୱାରା ଗିଲ ୮ କୋଟି ଟଙ୍କାରେ କିଣାଯାଇଥିଲା । ଶୁଭମାନ ଗିଲ (Shubman Gil) ପଞ୍ଜାମର ଏକ ବିଳାସପୂର୍ଣ୍ଣ ଘରର ମାଲିକ । 

ଏଠାରେ କହି ରଖୁଛୁ ଯେ, ବିଗତ ଦିନରେ ଶୁଭମାନ ଗିଲ ମାତ୍ର ୧୪୫ ବଲରେ ଦ୍ୱିଶତକ ଲଗାଇବାର କୀର୍ତ୍ତିମାନ ହାସଲ କରିଥିଲେ । ୨୩ ବର୍ଷୀୟ ଶୁଭମାନ ଗିଲ୍ ୮ଟି ଛକା ଓ ୧୯ଟି ଚୌକ ସାହଯ୍ୟରେ ଏହି ବିଶେଷ ସଫଳତା ହାସଲ କରିଛନ୍ତି । ଦିନିକିଆରେ ଦ୍ୱିଶତକ ହାସଲ କରିଥିବା ଶୁଭମାନ ଗିଲ (Shubman Gill Double Century) ହେଉଛନ୍ତି ପଞ୍ଚମ ଭାରତୀୟ ଖେଳାଳି । ଭାରତୀୟ ଦଳ ପାଇଁ ରୋହିତ ଶର୍ମା (Rohit Sharma) ୩ଟି ଦ୍ୱିଶତକ ହାସଲ କରିଛନ୍ତି । ପ୍ରଥମେ ଏହି କୀର୍ତ୍ତିମାନ ସଚିନ ତେନ୍ଦୁଲକର (Sachin Tendulkar) ଙ୍କ ଦ୍ୱାରା କରାଯାଇଥିଲା ।

ଅଧିକ ପଢ଼ନ୍ତୁ:- ଆଉ ଏକ ରାଜ୍ୟରେ ଲାଗୁ ହେବ ପୁରୁଣା ପେନସନ ସ୍କିମ୍! ମୁଖ୍ୟମନ୍ତ୍ରୀ ଦେଲେ ବଡ଼ ବୟାନ

ଅଧିକ ପଢ଼ନ୍ତୁ:-ଏହି ୬ ଦିନ ପୁରୁଷ ଓ ମହିଳାଙ୍କୁ ଶାରୀରିକ ସମ୍ପର୍କ ରଖିବା ଅନୁଚିତ, ନଚେତ୍ କୂଳର ହେବ ନାଶ!

ଏହା ପରେ ବିରେନ୍ଦ୍ର ସେହୱାଗ ଓ ଇଶାନ କିଶନ ମଧ୍ୟ ଦ୍ୱିଶତକ ହାସଲ କରିଛନ୍ତି । ଦିନିକିଆରେ ଦ୍ୱିଶତକ ହାସଲ କରିଥିବା ଶୁଭମାନ ଗିଲ (Shubman Gill) ହେଉଛନ୍ତି ସର୍ବକନିଷ୍ଠ ଖେଳାଳି । ଏହି ଖେଳାଳୀ ୨୩ ବର୍ଷ ୧୩୨ ଦିନ ବୟସରେ ଏହି ସଫଳତା ହାସଲ କରିଛନ୍ତି । ଗତ ବର୍ଷ ବାଂଲାଦେଶ ବିପକ୍ଷରେ ଇଶାନ କିଶନ ଦ୍ୱିଶତକ ହାସଲ କରିଥିଲେ । ସେହି ସମୟରେ କିଶାନଙ୍କ ବୟସ ୨୪ ବର୍ଷ, ୧୪୫ ଦିନ ଥିଲା । ରୋହିତ ଶର୍ମା ୨୬ ବର୍ଷ, ୧୮୬ ଦିନ ବୟସରେ ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ୱିଶତକ ହାସଲ କରିଥିଲେ ।

Trending news